csstore

୨୮ତମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଖଲିଆପାଲି ଭୀମଭୋଇ ଆମ୍ବେଦକର ମିନି ଷ୍ଟାଡିୟମ ଠାରେ ଦୁଇଦିନ ବ୍ୟାପି ୨୮ତମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହ ଦେଓ ଉଦ୍‌ଘାଟନ କରି କ୍ରୀଡା ଆରମ୍ଭ କରାଇଥିଲେ । ଦ୍ୱିତୀୟ ଦିନର ଉଦ୍‌ଯାପନି ଦିବସରେ ମୁଖ୍ୟ ଅତିଥି ଭାବରେ ନବରଂଗପୁର ବିଧାୟକ ଗୌରୀ ଶଙ୍କର ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡାପ୍ରେମୀ ତଥା କ୍ରୀଡା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରି ବକ୍ତବ୍ୟରେ ଜନଜାତି କିପରି ସଂଗଠିତ ହୋଇ ରହିବେ ଏବଂ କ୍ରୀଡା କ୍ଷେତ୍ରରେ ଉନ୍ନତି କରି ରାଷ୍ଟ୍ରୀୟ ସ୍ତରରେ ନା କରିବେ ସେ ବିଷୟରେ କହିଥିଲେ । ସମ୍ମାନିତ ଅତିଥି ଭାବରେ ମୁକେଶ ଜୈନ ଉପସ୍ଥିତ ରହିଥିଲେ । ମୁଖ୍ୟବକ୍ତା ଭାବରେ ପଙ୍କଜ ସିଂ ଉପସ୍ଥିତ ରହି ଜନଜାତି କଲ୍ୟାଣ ଆଶ୍ରମ ବିଷୟରେ କହିଥିଲେ । ପ୍ରାନ୍ତ ସଂପାଦକ ଚନ୍ଦ୍ରକାନ୍ତ ନାଥ ଏବଂ ସହ-ମହିଳା ପ୍ରମୁଖ ଗୀତାଞ୍ଜଳି ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବଲାଙ୍ଗିର ନଗର ସଭାପତି ରବି କୁମାର ଅଗ୍ରୱାଲ, ସଂପାଦକ ମୁକେଶ ଅଗ୍ରୱାଲ, ସଂଯୋଜକ ମହେନ୍ଦ୍ର ଅଗ୍ରୱାଲ, କୋଷାଧ୍ୟକ୍ଷ ସୁନିଲ ଅଗ୍ରୱାଲ କାର୍ଯ୍ୟକ୍ରମ ତୁଲାଇଥିଲେ । ଶେଷରେ ଡା. ପୁରୁଷୋତ୍ତମ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ । ଏ ଅବସରରେ ଖଲିଆପାଲିର ଆମ୍ବେଦକର ଷ୍ଟାଡିୟମ ଦେଇଥିବାରୁ ଜଗନ୍ନାଥ ସ୍ପୋର୍ଟିଂର ସଦସ୍ୟ ନାରାୟଣ ବିଶ୍ୱାଳ, ସତ୍ୟପୀର ପାତ୍ର, ମୁକେଶ ସାହୁ ତଥା ଗ୍ରାମର ସଦସ୍ୟଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା । ଏଥିରେ ୧୯ଟି ଜିଲ୍ଲାର ୩୮୦ଟି ପ୍ରତିଯୋଗୀ ଭାଗ ନେଇଥିଲେ । ଖୋଖୋ, କବାଡି, ତିରନ୍ଦାଜ, ଦୌଡ, ଲଙ୍ଗ୍‌ ଜମ୍ପ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.