jsm

ଲୋଇସିଂହା ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

csstore

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ସ୍ତରୀୟ ଵିଜ୍ଞାନ ସେମିନାର ଆଦିବାସୀ ହରିଜନ ଉଚ୍ଚବିଦ୍ୟାଳୟ କେଉଁଟିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ଭୋଇ, ବିଜ୍ଞାନ ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର, ବିଜ୍ଞାନ ଆବାହକ ହେମନ୍ତ କୁମାର ବାରିକ, ପର୍ଶୁରାମ ସୁନା, ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ତ୍ରିପାଠୀ, ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇ, ସିଆରସିସି ସୁରେଶ ଚନ୍ଦ୍ର ଭୋଇ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତିଲାଲ୍ ନନ୍ଦ ଯୋଗ ଦେଇଥିଲେ । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ହେମସାଗର ନନ୍ଦ, ବିଜ୍ଞାନ ସଂଯୋଜକ ତଥା ବିଜ୍ଞାନ ଆଵାହକ, ବିଦ୍ୟାଳୟର ସଭାପତି ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୯ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଲୋଇସିଂହା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ପଧାନ, ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱରୂପ ଶେଖର ବହିଦାର, ଯୋଗୀସର୍ଡା ଉଚ୍ଚ ବିଦ୍ୟାଳୟର ନୈତିକ କୁମାର ସାହୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଅଧ୍ୟାପିକା ନିତାରାଣୀ ପଟେଲ ଓ ଶୁଚିସ୍ମିତା ସାହୁ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ । ଶିକ୍ଷକ ଶଶାଙ୍କ ସାହୁ, ଅମ୍ବରୀଶ ଭୋଇ, ବିକ୍ରମ ସାହୁ, ବିକାଶ ସାହୁ, ଅଶୋକ ମେହେର, ଗିରିଧାରୀ ବିଶ୍ଵାଳ, ଶିବପ୍ରସାଦ ଦାଶ, ନରେଶ ଦ୍ୱାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ହିମାଂଶୁ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.