ମା’ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଣିସର୍ଡା ଗ୍ରାମ ସ୍ଥିତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଗତ ତା.୩୦.୦୧.୨୦୨୩ ରୁ ଆରମ୍ଭ ହୋଇଯାଇଛି । ତା.୨୯.୦୧.୨୦୨୩ ଦିନ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚବିଶ ପ୍ରହରୀ ନାମଯଜ୍ଞ, ପ୍ରବଚନ, ଚଣ୍ଡିପାଠ, ତୁଳସୀ ରାମାୟଣ ପାରାୟଣ, ମହିଷାସୁର ଦରବାର, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମା’ ମାହେଶ୍ଵରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ବହୁ ଭକ୍ତଙ୍କର ସମାଗମ ହେଉଛି । ରାଣିସର୍ଡା ଗ୍ରାମରେ ଭକ୍ତି ଭାବର ଅନନ୍ୟ ପରିବେଶ ଦେଖିବାକୁ ମିଳୁଛି । ରାଣିସର୍ଡା ଗ୍ରାମର ସମସ୍ତ ବାସିନ୍ଦା ସହଯୋଗ କରୁଥିବା ବେଳେ ଆସନ୍ତା ତା.୦୫.୦୨.୨୦୨୩ ଦିନ ସମାପନ ହେବ ।

Leave A Reply

Your email address will not be published.

ten − eight =

error: Content is protected !!