କେନାଲରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ

କଳାହାଣ୍ଡି : କେନାଲରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟା ବେଳେ ନବୀନ ସାଙ୍ଗମାନଙ୍କ ସହ ଗାଁ ଦେଇ ଯାଇଥିବା ମେଗାଲିଫ୍ଟ କେନାଲକୁ ଶୌଚ ପାଇଁ ଯାଇଥିଲେ । ଗୋଡ଼ ଖସିଯିବାରୁ କେନାଲର ପାଣି ସୁଅରେ ନବୀନ ଭାସି ଯାଇଥିଲେ । ନବୀନ ଭାସିଯାଉଥିବା ଦେଖି ସାଙ୍ଗରେ ଯାଇଥିବା ସାଙ୍ଗମାନେ ଦୌଡ଼ି ଘରକୁ ଆସି ଖବର ଦେଇଥିଲେ । ଘର ଲୋକେ ଯିବା ବେଳକୁ ନବୀନ ପ୍ରାୟ ୧ କିମି ପର୍ଯ୍ୟନ୍ତ ଭାସି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.

3 × 1 =