ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ରିଫାଇନ୍ ତେଲ ଟ୍ୟାଙ୍କର

ପାଟଣା : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ରିଫାଇନ୍ ତେଲ ଟ୍ୟାଙ୍କର ଓଲଟି ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ଏକ ରିଫାଇନ୍ ତେଲ ଟ୍ୟାଙ୍କର ପଶି ଯାଇ ଓଲଟି ପଡିଛି । ଦୁର୍ଘଟଣାରୁ ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେନ୍ଦୁଝର ପଟୁ ଏହି ତେଲ ଟ୍ୟାଙ୍କରଟି ଯଶିପୁର ପଟକୁ ଯାଉଥିଲା । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

two × three =

error: Content is protected !!