ଦିନକ ପରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ସାଧୁସନ୍ଥଙ୍କ ଆଗମନରେ ମହିମାଗାଦି ଚଳଚଞ୍ଚଳ

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ୪ ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ମହିମାଗାଦିର ବିଭିନ୍ନ ମଠ ଓ ମହିମା ସମାଜ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁସନ୍ଥମାନେ ମହିମାଗାଦିରେ ପହଞ୍ଚିବାରେ ଲାଗିଛନ୍ତି ।

ସାଧୁସନ୍ଥ ଓ ମହିମା ଭକ୍ତଙ୍କ ଆଗମନରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ୧୫୦ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ତଥା ମାଘମେଳା ପାଳନ ହେଉଥିବାରୁ ଏହାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଗୁରୁଗାଦିରେ ନୀତିକାନ୍ତି ପାଇଁ ମହିମା ସାଧୁସନ୍ୟାସୀ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ୟବସାୟୀମାନେ ପସରା ମେଳାଇବାକୁ ତମ୍ବୁ ଟାଣିବା ଆରମ୍ଭ କରିଦଲେଣି । ଯାହାକୁ ନେଇ ଯୋରନ୍ଦା ଏବେଠାରୁ ଉତ୍ସବ ମୁଖର ହୋଇ ଉଠିଲାଣି ।

Leave A Reply

Your email address will not be published.

12 − ten =

error: Content is protected !!