
ସଇଁନ୍ତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଛନଛଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିକ୍ରାପଡା ଜିଲ୍ଲା ପରିଷଦ ହିମାଞ୍ଚଳ ବୁଡେକ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ତିଲୋତମା ବାଗ, ସମିତି ସଭ୍ୟା ଦହୀ ଭୋଇ, ସିଆରସିସି ପ୍ରମୋଦ କୁମାର ବୁଡ଼େକ, ଏବିଇଓ ନାରାୟଣ ଭୋଇ, ସରକାରୀ ଶିକ୍ଷକ ରବି ନାରାୟଣ ପଣ୍ଡା, ରଞ୍ଜନ କୁମାର ଦାଶ, ସତ୍ୟ ନାରାୟଣ ବାଗ, ଭବାନୀ ଶଙ୍କର ପଟେଲ, ଛନଛଡା ସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ ଦେଇଥିଲେ । ସିଆରସିସି ଅନନ୍ତ ବଗର୍ତ୍ତିଙ୍କ ନିର୍ଦ୍ଦଶନା ଓ ରଚନାରେ ସଚେତନଧର୍ମି କୋଶଲି ନାଟକ ‘ଚେତି କରି ସୁଇଥା ପୁତା’ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ରଞ୍ଜନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।