କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ଼ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାରାବଙ୍ଗ ରାଜୀବ ଭବନ ଠାରେ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ ଓ ଏସସିଡ଼ି ଚକ୍ଷୁ ଚିକିତ୍ସାଳୟ ପିପଲପଦର ଟିଟିଲାଗଡ଼ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ଚିକିତ୍ସା ଶିବିରକୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ୱୟ କେବିନେଟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଅଭିଜ୍ଞ ଚକ୍ଷୁ ଚିକିତ୍ସକମାନଙ୍କ ଦ୍ୱାରା ପ୍ରାୟ ଦୁଇ ଶହରୁ ଅଧିକ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା କରାଯାଇ ସେମାନଙ୍କୁ ଆବଶ୍ୟକ ପାୱାର ଗ୍ଲାସ ଚଷମା ଓ ଔଷଧ ବଣ୍ଟନ କରାଯାଇଥିବା ବେଳେ ୮୨ଜଣ ଚକ୍ଷୁ ରୋଗୀଙ୍କୁ ତାଙ୍କର ଚକ୍ଷୁ ଅପରେସନ ପାଇଁ ଏସସିଡ଼ି ଚକ୍ଷୁ ଚିକିତ୍ସାଳୟ ପିପଲପଦର ଟିଟିଲାଗଡ଼କୁ ପଠାଯାଇଥିଲା ।

Leave A Reply

Your email address will not be published.

twelve + one =