ସିଏସସିଭିଏଲଇ ମାନଙ୍କର ବନ୍ଧୁ ମିଳନ ଓ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ସମସ୍ତ ସିଏସସିଭିଏଲଇ ମାନଙ୍କୁ ନେଇ ଏକ ମିଶନ ୯୦ ଡେ ଟ୍ରେନିଂ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଭେଲୁଆପଦର ଡେମ ପାଖରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭିଏଲଇ ମାନଙ୍କୁ ସିଏସସିର ଅନେକ ପ୍ରଜେକ୍ଟ ବାବଦରେ ଟ୍ରେନିଂ ସହିତ କିଭଳି ଭାବରେ କାର୍ଯ୍ୟ କଲେ ସିଏସସି ସମସ୍ତ ଘରକୁ ପହଞ୍ଚି ପାରିବ ସେ ବିଷୟରେ ଆଲୋଚନା କରା ଯାଇଥିଲା ଓ କୁଇଜ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ମାନପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟେଟ ଜୋନାଲ ମ୍ୟାନେଜର ଦେବଧୂତ ମିଶ୍ର, ବରଗଡ଼ ଜିଲ୍ଲା ଜିଲ୍ଲା ନିର୍ଦ୍ଦେଶକ ପ୍ରଫୁଲ୍ଲ ପାତ୍ର, ଜିଲ୍ଲା ନିର୍ଦ୍ଦେଶକ ଯଜ୍ଞେଶ୍ୱର ବିଶ୍ୱାଲ ଓ ଭିଏଲଇ ଶ୍ରଦ୍ଧାକର ସାହୁ, ଗଣପତି ସେଠ, ଗଜପତି ସାହୁ, ମନୋରଞ୍ଜନ ସାହୁ, ଧବଳେଶ୍ୱର ମହାନନ୍ଦ, ଶିଶୁପାଳ ସାହୁ, ତୁଳସୀ ରାମ ସେଠ, ରମେଶ ମହାକୁର ୟାଦବ, ଥବୀର ପୁଟେଲ, ବୁଦ୍ଧଦେବ ପୁରୋହିତ ଓ ବ୍ଲକର ଅନ୍ୟ ଭିଏଲଇ ଉପସ୍ଥିତ ଥିଲେ । ଶେଷରେ ପ୍ରଫୁଲ୍ଲ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

five × one =