ଭଇଁସାଦାନି ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପଠାରେ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନି ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଠାରେ ସିଆରପିଏଫ ଯବାନଙ୍କ ସିବିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମରେ ସିଆରପିଏଫ ୧୯ ବାଟାଲିୟନର କମାଣ୍ଡେଣ୍ଟ ମନୋଜ କୁମାରଙ୍କ ଅଧ୍ୟକ୍ଷତାରେ ମାଓ ଇଲାକାରେ ସିଆରପିଏଫ ଯବାନ ଓ ଜନସାଧାରଣଙ୍କ ମଧ୍ୟରେ ସହଯୋଗ ଓ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁନଃ ଦୃଢ ବିଶ୍ୱାସ, ସଂପର୍କ ଓ ସହଯୋଗ ସ୍ଥାପନ ପାଇଁ ସିଆରପିଏଫ ୧୯ ବାଟାଲିୟନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ମାଓ ଇଲାକାର ଶହ ଶହ ଲୋକମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ, କ୍ରୀଡା ପ୍ରେମୀ ଭାଇ ଭଉଣୀଙ୍କ ପାଇଁ ନେଟ୍‌ ସହ ଫୁଟବଲ୍‌ ଓ ଭଲିବଲ ବଣ୍ଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସିଆରପିଏଫ ୧୯ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାଜେଶ କୁମାର ଏବଂ ଡେପୁଟି କମାଣ୍ଡେଣ୍ଟ ଅମିତ୍ କୁମାର ବଣ୍ଟନ ଦାୟିତ୍ୱରେ ଥିବାବେଳେ ଭଇଁସାଦାନି ସରପଞ୍ଚ ଗିରିଜା ମାଝୀ ସମେତ କ୍ୟାମ୍ପର ସମସ୍ତ ସିଆରପିଏଫ ଯବାନ ସହଯୋଗ କରିଥିଲେ ।

Leave A Reply

Your email address will not be published.