ଛିନ୍ଦେଇକେଲାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲପଡା କ୍ଲଷ୍ଟରର ସମସ୍ତ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ରଚନା, ଗୀତ, ନୃତ୍ୟ, ଭାଷଣ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ତରଣୀସେନ ଦଣ୍ଡସେନାଙ୍କ ସଭାପତିସ୍ୱରେ ଅନୁଷ୍ଠିତ ସଭାରେ ମଂଚାସୀନ ଅତିଥି ଭାବରେ ସରପଞ୍ଚ ସୁବାସିନୀ ନନ୍ଦ, ସିଆରସିସି ସନ୍ତୋଷ କୁମାର ମେହେର, ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ଫକୀର ମୋହନ ବାରିକ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଯୋଗଦାନ କରିଥିଲେ । ମାଲପଡା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ପ୍ରଚେଷ୍ଟାରେ ଉକ୍ତ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ରତିକାନ୍ତ ସାହୁ, ସଞ୍ଜୟ ସାହୁ, ସନ୍ତୋଷ ଧରୁଆ, ପୁଷ୍ପା ସାହୁ, ଭାଗ୍ୟଶ୍ରୀ ସାହୁ ତଥା ପରିଚାଳନା କମିଟିଙ୍କ ତତ୍ତ୍ୱାବଧାନରେ ଭୋଜନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଆପ୍ରାଣ ଓ ଅକୁଣ୍ଠିତ ସହଯୋଗ ହିଁ କାର୍ଯ୍ୟକ୍ରମକୁ ସଫଳ କରିଛି କହି ଧନ୍ୟବାଦ ଦେଇଥିଲେ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ହେମସାଗର ସାହୁ ।

jittmm
Leave A Reply

Your email address will not be published.