ସମ୍ବଲପୁର ସିଟି ସ୍ପୋର୍ଟିଂ ଦଳକୁ ହରାଇ କନ୍ଧପାଲିପଡାର ମା’ ମାଣିକେଶ୍ୱରୀ ଦଳ ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମିଶନ ପଡିଆଠାରେ ଠିକାଦାରପଡା ପୋଗ୍ରେସିଭ୍‌ କ୍ଲବ ତରଫରୁ ଦିନିକିଆ ପୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିଲେ । ସର୍ବମୋଟ ୧୨ଟି ଦଳ ଏହି ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ସମ୍ବଲପୁର ସିଟି ସ୍ପୋର୍ଟିଂ ଦଳ ଓ କନ୍ଧପାଲିପଡାର ମା’ ମାଣିକଶ୍ୱେରୀ ଦଳ ମଧ୍ୟରେ । ତେବେ କନ୍ଧପାଲିପଡାର ମା’ ମାଣିକେଶ୍ୱରୀ ଦଳ ସମ୍ବଲପୁର ସିଟି ସ୍ପୋର୍ଟିଂ ଦଳକୁ ୧-୦ ଗୋଲରେ ହରାଇ ଚାମ୍ପିୟନ ହୋଇଥିବା ବେଳେ ଚାମ୍ପିୟନ ମା’ ମାଣିକେଶ୍ୱରୀ ଦଳକୁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ତେବେ ଏହି ମ୍ୟାଚ୍‌ର ଆୟୋଜକ ଥିଲେ ଖେଡୁ ଜୁଏଡ ଓ ସରୋଜ ଗୁରୁ ।

Leave A Reply

Your email address will not be published.

15 + seventeen =