ଆମ୍ବେଦକର ଯୁବକ ସଂଘ ଫଟାମୁଣ୍ଡା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଧିନସ୍ଥ ସ୍ଥାନୀୟ ଆମ୍ବେଦକର ଯୁବକ ସଂଘ ଆନୁକୂଲ୍ୟରେ ଆଗାମୀ ଅକ୍ଟୋବର ୧୬ ତାରିଖରେ ୧୦ତମ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳନ ନିମନ୍ତେ ସ୍ଥିରୀକୃତ ହୋଇଛି । ଏହା ପୂର୍ବରୁ ଆଜି ଫଟାମୁଣ୍ଡାରେ ୭ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ପିଠାପଣା ପ୍ରସ୍ତୁତି, ଭାରସାମ୍ୟ ଦୌଡ଼, ମ୍ୟୁଜିକାଲ ଚେୟାର, ହୁଳାହୁଳି, ମୁରୁଜ ଅଂକନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଗୋପବନ୍ଧୁ ଶିକା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଶୋକ କୁମାର ମେହେର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଶୋକ କୁମାର ବହିଦାର, ରମେଶ ଗୁର୍ଲା, ତ୍ରିବିକ୍ରମ ପ୍ରଧାନ, ଗିରଧାରୀ ସାହୁ, କେଦାର ପଣ୍ଡା ବିଚାରକ ଦାୟିତ୍ୱ ତୁଳାଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶଶୀ, ସନ୍ତୋଷ, ରଜନୀ, ତ୍ରିଲୋଚନ ସୁନା, ତ୍ରିଲୋଚନ, ବୁଲୁ, ରାହୁଲ, ନାରାୟଣ, ରଙ୍ଗା, ବେଣୁ, ସଂଜୟ ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବିଜୟିନୀମାନଙ୍କୁ ୧୬ ତାରିଖରେ ପୁରସ୍କୃତ କରାଯିବ ବୋଲି ସଂଘ ତରଫରୁ ପ୍ରକାଶ ।

Leave A Reply

Your email address will not be published.