csstore

ଅଗଷ୍ଟ କ୍ରାନ୍ତି କବିତା ପାଠୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୫ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମରଣ ଉଦ୍ଦେଶ୍ୟରେ ସିଆଇଟିୟୁ, ଏଆଇକେଏସ୍, ଏଆଇଏଡବ୍ଲ୍ୟୁୟୁର ମିଳିତ ଆନୁକୂଲ୍ୟରେ ରାଉରକେଲା ସେକ୍ଟର ୨ ବସଷ୍ଟାଣ୍ଡଠାରେ ସମୂହ ଉଜାଗରରେ ଅଗଷ୍ଟ କ୍ରାନ୍ତି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠୋତ୍ସବରେ ଓଡ଼ିଶାର ବରିଷ୍ଠ କଥାକାର ଭୂପେନ ମହାପାତ୍ର, ସର୍ବଭାରତୀୟ ସିଆଇଟିୟୁ ଉପାଧ୍ୟକ୍ଷ କମ୍ରେଡ୍ ବିଷ୍ଣୁ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଗଷ୍ଟ କ୍ରାନ୍ତି କବିତା ପାଠ କରିଥିଲେ କବି ବଳରାମ ରାଉଳ, କବି ମୀନକେତନ ପଶାୟତ, କବୟିତ୍ରୀ ବିଜୟୀନି ଜେନା, କବି କୁଞ୍ଜବିହାରୀ ରାଉତ, କବି କାଶୀନାଥ ପାତ୍ର, କବି ବିଭୁପ୍ରସାଦ ନାୟକ, କବି ତ୍ରିଲୋଚନ ସ୍ବାଇଁ, କବି ଅଶୋକ ରାଉତ, କବି ଆର୍ତ୍ତତ୍ରାଣ ମହାପାତ୍ର । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କମ୍ରେଡ୍ ବସନ୍ତ ନାୟକ, କମ୍ରେଡ୍ ସୁମନ୍ତ ବେହେରା, କମ୍ରେଡ୍ ରାଜକିଶୋର ପ୍ରଧାନ, କମ୍ରେଡ୍ ସୁରେନ୍ଦ୍ର ଦାସ ଓ ସାଥୀଗଣ ।

jayashree
Leave A Reply

Your email address will not be published.