csstore

ସ୍ଵଚ୍ଛ ଭାରତ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡ଼ିପାଜୁ ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵଚ୍ଛ ଭାରତ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଡମସିଂ ଯୁବ ପରିଷଦ ପୁନ୍ଦାଲିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତୁଡ଼ିପାଜୁ ଗ୍ରାମ ପଂଚାୟତର ସରପଞ୍ଚ କୌଶଲ୍ୟା କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନାଏବ ସରପଞ୍ଚ ବିରାଜ କହଁର, ଡମସିଂ ଯୁବ ପରିଷଦ ପୁନ୍ଦାଲିର ସଭାପତି ସିମାଞ୍ଚଳ କହଁର, ସମ୍ପାଦକ ଅରୁଣ କୁମାର କହଁର ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ କମଳ ଲୋଚନ ଦେହୁରୀ, ମିନି କହଁର, ସିବେନ୍ଦ୍ର ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଯୁବକ ସଙ୍ଘର ସଭ୍ୟସଭ୍ୟା, ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ଅବଗତ କରିଥିଲେ । ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ କରିଥିବା ବେଳେ ମିନି କହଁର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.