ପଲସଦା କ୍ଲଷ୍ଟରରେ ସୁରଭି- ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ପଲସଦା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ୨୦୨୨ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବ ପଲସଦା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଖଇରା ସେବାଶ୍ରମରେ ଆରମ୍ଭ ହୋଇଥିଲା । ଖଇରା ସେବାଶ୍ରମ ପ୍ରଧାନ ଶିକ୍ଷକ ଟେକଚାନ୍ଦ ପ୍ରଧାନ ସଭାପତିତ୍ୱ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଲସଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଳ କୁମାର ସିନା, ସମ୍ମାନିତ ଅତିଥି ପ୍ରଫୁଲ୍ଲ କୁମାର ସିଂହ, ସିଆରସିସି ବୈଷ୍ଣବ ପଣ୍ଡା ଲଖମରା, ସିଆରସିସି ଚକ୍ରଧର ଅଜଗର ପଲସଦା ଏବଂ ମୁଖ୍ୟବକ୍ତା ସୁନୀଲ କୁମାର ପୁରୋହିତ ଯୋଗ ଦେଇଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ବିଦ୍ୟାଦାତା ଗଣେଶଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ପ୍ରଥମେ ବୋଡାସମ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ କୁଇଜ, ରଚନା, ଚିତ୍ରାଙ୍କନ, ଭାଷଣ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମଝିରେ ମଝିରେ ସମଲପୁରୀ, ଡାଲଖାଇ ଆଦି ଲୋକନୃତ୍ୟରେ ସଭା ମଞ୍ଚ ଦୁଲୁକୁ ଥିଲା । ଦିବା ୧ଟା ୩୦ ମିନିଟ୍‌ ସମୟରେ ଖାଦ୍ୟ ପରିବେଷଣ କରାଗଲା । ଏଥିରେ ମୁଖ୍ୟ ଦାୟିତ୍ୱରେ ଧର୍ମେନ୍ଦ୍ର ସାହୁ (ସହକାରୀ ଶିକ୍ଷକ, ଉଚ୍ଚ ବିଦ୍ୟାଳୟ ପଲସଦା) ସହଯୋଗିତାରେ ଥବୀର ବରିହା, ଟେକରାଜ ପଟେଲ, ସୁବାଷ ଚନ୍ଦ୍ର ପଟେଲ, ସୋମନାଥ ବରିହା, ଶଙ୍କର ସିଂହ ବରିହା ଥିଲେ । ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ସୁନୀଲ କୁମାର ସିନା ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକମାନେ ଉପସ୍ଥିତ ଥିଲେ । ପଲସଦା କ୍ଲଷ୍ଟର ସିଆରସିସି ଚକ୍ରଧର ଅଜଗର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 + 4 =

error: Content is protected !!