pakka

ଜିଆଇଇଟି ବିଶ୍ୱବିଦ୍ୟାଳୟର ଗୁଣୁପୁର ପକ୍ଷରୁ ବରଗଡରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପକ୍ଷରୁ ବରଗଡ଼ର ଏକ ହୋଟେଲରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଶ୍ୱ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ବିଭାଗର ଡ଼.ବନ୍ଦିତା ସାହୁ, ରିଜୋନାଲ ମେନେଜର ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଉଚ୍ଚମାନର ଶିକ୍ଷାଦାନ, ପ୍ରଶିକ୍ଷଣ ଓ ଗ୍ରନ୍ଥାଗାର ସହ ଉଚ୍ଚ ମାନର ନିଯୁକ୍ତି ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା କହିଥିଲେ । ସେଭଳି ଛାତ୍ରଛାତ୍ରୀମାନେ ବହୁଦେଶୀୟ କମ୍ପାନୀମାନଙ୍କରେ ନିଯୁକ୍ତି ପାଇଁ ରେକର୍ଡ ସୃଷ୍ଟି କରିବା ସହ ଅନୁଷ୍ଠାନର ଟେକ ରଖୁଥିବା ନିଜ ବକ୍ତବ୍ୟ ରଖିଥିଲେ । ଚଳିତ ବର୍ଷ ରେକର୍ଡ ୯୬% ପ୍ରତିଶତ ଛାତ୍ରଛାତ୍ରୀ ବହୁ ଦେଶୀୟ ଓ ଅନ୍ତଦେଶୀୟ କମ୍ପାନୀରେ ନିଯୁକ୍ତି ପାଇଥିବା ଅନୁଷ୍ଠାନ ପାଇଁ ଗୌରବର ବିଷୟ ବୋଲି ଦର୍ଶାଇଥିଲେ । ଅନୁଷ୍ଠାନର ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ବିଷୟରେ ଉପସ୍ଥିତ ଅନୁଷ୍ଠାନର ପ୍ରଫେସରମାନଙ୍କ ସହ ଆଲୋଚନା କରିଥିଲେ । ଆଡ଼ମିଶନ ବିଭାଗର ଆଞ୍ଚଳିକ ଅଧିକାରୀ ଶମ୍ଭୁପ୍ରସାଦ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଅଭିଭାବକ ଉପସ୍ଥିତ ରହି ନିଜର ମତାମତ ରଖିବା ସହ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

16 + eighteen =