pakka

ସ୍ୱତନ୍ତ୍ର ଅଲମ୍ପିକ ଭାରତ ଜାତୀୟ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ଦଳରେ ବଲାଙ୍ଗିର ଜିଲ୍ଲାରୁ ୩ ଜଣ ଦିବ୍ୟାଙ୍ଗ ଖେଳାଳୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ୧୪ ତାରିଖ ଠାରୁ ୧୯ ତାରିଖ ପର୍ୟ୍ୟନ୍ତ ଗୁଜୁରାଟର ଗାନ୍ଧୀନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଲମ୍ପିକ ଭାରତ ଜାତୀୟ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଆଥେଲେଟିକ୍‌ ଦଳରେ ସାମିଲ୍‌ ହୋଇ ବଲାଙ୍ଗିର ଜିଲ୍ଲାରୁ ୩ ଜଣ ଦିବ୍ୟାଙ୍ଗ ଖେଳାଳୀ ଆଜି ଗାନ୍ଧୀନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଦିବ୍ୟାଙ୍ଗ ଖେଳାଳୀମାନେ ହେଲେ ସଇଁତଲା ରେଡ଼କ୍ରସ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ର ତଥା ସଇଁତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ାର ବୈଷ୍ଣବ ରାଜପଲିଆ, ଆଶ୍ରା ବଲାଙ୍ଗିରର ୨ ଜଣ ଛାତ୍ର ଗୁଡ଼ଭେଲାର ହୃଦାନନ୍ଦ ନାଗ ଓ ଡୁଙ୍ଗୁରିପାଲିର ତହସିଲ ସାହୁ । ଆଜି ବଲାଙ୍ଗିର ଜିଲ୍ଳାପାଳ ଚଂଚଳ ରାଣା ଏହି ତିନି ଜଣ ଦିବ୍ୟାଙ୍ଗ ଏଥ୍‌ଲେଟ୍‌ଙ୍କ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନେ ଯେପରି ଏହି ଜାତୀୟ ଚମ୍ପିଆନସିପ୍‌ରେ ଉତ୍ତମ ପ୍ରଦର୍ଶନ କରିବେ, ସେ ସଂସପର୍କରେ ଶୁଭକାମନା ଜଣାଇଛନ୍ତି । ଖେଳାଳୀ ମାନଙ୍କ ସହ କୋଚ ଉମାକାନ୍ତ ଷଡ଼ଙ୍ଗୀ ମଧ୍ୟ ଗାନ୍ଧୀନଗର ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ଉପସ୍ଥିତ ରହି ଖେଳାଳୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

20 − three =