ବାରପୁଡୁଗିଆ ଗୁଡ଼ି ୮୪ ଘର ଅଘରିଆ ସମାଜ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଖୁଣ୍ଟପାଲି ନୂଆଁବସ୍ତି ଆର୍‌ଆର୍‌ କଲୋନୀଠାରେ ବାରପୁଡୁଗିଆ ଗୁଡ଼ି ଅନ୍ତର୍ଗତ ୨୩ ଖଣ୍ଡ ଗ୍ରାମର ଗ୍ରାମ୍ୟ କମିଟି ଓ କର୍ମକର୍ତ୍ତାଙ୍କୁ ନେଇ ନୂତନ ଗୁଡ଼ି ସଭାପତି ସାରଥୀ ପଟେଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଞ୍ଚଳିକ କମିଟି ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ସମ୍ମାନିତ ଅତିଥି ଭାବେ ଦିଗାମ୍ବର ନାଏକ, ମହିଳା ମଞ୍ଚ ସଭାନେତ୍ରୀ ମିତା ରାଉତ, କୃଷକ ମଞ୍ଚ ସଭାପତିି ଉଦୟ ନାୟକ, ଯୁବାମଞ୍ଚ ସଭାପତି ପ୍ରମୋଦ ପଟେଲ ଯୋଗ ଦେଇଥିଲେ । ବିଦାୟୀ ସଭାପତି ଉଦୟ ନାଥ ପଟେଲ, ସଂପାଦକ ଲିଙ୍ଗରାଜ ପଟେଲ, ଉପସଭାପତି ଜଗଦୀଶ ରାଉତ ଓ ଗୁଡ଼ି ସଭ୍ୟ ବିରଞ୍ଚି ରାଉତଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ସୁଶ୍ରୀ ନିକିତା ପଟେଲ, ଶ୍ରଦ୍ଧାଞ୍ଜଳି ପଟେଲ, ରୁଚି ପଟେଲ ଓ ରୁବି ପଟେଲ । ବିବରଣୀ ପଠନ କରିଥିଲେ ଗୁଡ଼ି ସଂପାଦକ ଶଶିଭୂଷଣ ପଟେଲ । ଆଗାମୀ ପାଞ୍ଚ ବର୍ଷ ପାଇଁ ଅଘରିଆ ଜାତିର ସମ୍ବିଧାନ ଓ ନିୟମାବଳୀକୁ ଉପଯୋଗ କରି ସମସ୍ତେ ମାନିବାକୁ ଓ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଅତିଥି ଅନୁରୋଧ କରିଥିଲେ । ବର୍ଷକୁ ୨ ଥର ରକ୍ତଦାନ, ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀ, କୃଷକ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଜାତିର ଆଗଧାଡିଙ୍କୁ ସମ୍ମାନିତ କରିବା ବିଷୟ ଉପରେ ଆଲୋଚନା ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା । ସଭାରେ ନୂତନ କର୍ମକର୍ତ୍ତା ଶପଥ ଗ୍ରହଣ କରିଥିଲେ ଓ ଆଜିଯାଏଁ ସ୍ୱର୍ଗାରୋହଣ କରିଥିବା ଜାତି ଭାଇଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସଭାକୁ ଉତ୍ତମ ରୂପେ ପରିଚାଳନା କରିଥିଲେ ମଧୁସୂଦନ ପଟେଲ, ସୁବାଷ ପଟେଲ, ସୁଧୀର ପଟେଲ, ସୀତାରାମ ପଟେଲ, ସନ୍ତୋଷ ପଟେଲ, ଅଶୋକ ପଟେଲ, ଆଶିଷ ପଟେଲ, ଗୋପବନ୍ଧୁ ପଟେଲ, ସୁଶୀଳ ପଟେଲ, ଆର୍ତ୍ତ ପଟେଲ, ନିରାକାର ସାଏ ଓ ରାଜେଶ ପଟେଲ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗୁଡ଼ି ସଭ୍ୟ ପ୍ରସାଦୀ ନାଏକ । ଆଗାମୀ ସଭା କୁଟୁମଡୋଲାଠାରେ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନେଇ ଜାତିର ପତାକାକୁ ସଭାପତି ସାରଥୀ ପଟେଲ ଗ୍ରାମ୍ୟ କମିଟି ସଭାପତି କୁଟୁମଡୋଲା ନିମାଇଁ ପଟେଲଙ୍କୁ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.

sixteen − eleven =