ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା ସଚେତନ ହେମା ଅନୁଷ୍ଠାନର ତୋଳବନ୍ଦର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ କରୋନାରେ ଗତ ୨୬ ତାରିଖ ଦିନ ମୃତ୍ୟୁ ଘଟି ଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ, ଦକ୍ଷ ଶିକ୍ଷକ ତଥା କଳାକାର ଭାବରେ ବେଶୀ ପରିଚିତ ଥିଲେ । ସଚେତନ ହେମା ଅନୁଷ୍ଠାନର ପ୍ରାୟୋଜିତ ନାଟକ କ୍ଷୀର ସମୁଦ୍ରରେ ଅଭିନୟ କରିଥିଲେ, ଯାହାକି ଲୋକ ନାଟକ ମହୋତ୍ସବ ରାଉରକେଲାରେ ୨୦୧୮ ମସିହାରେ ମଞ୍ଚସ୍ଥ ହୋଇଥିଲା । ତାଙ୍କର ବିୟୋଗରେ କଳାକାର ସମାଜ ମର୍ମାହତ ହୋଇ ପଡିଛନ୍ତି । ସେ ଜଣେ ମଧ୍ୟ କରୋନା ଯୋଦ୍ଧା ହୋଇ ପୁଂଜିପଥର ଟିଏମସିରେ କାର୍ୟ୍ୟରତ ଥିଲେ । ଏଣୁ ସରକାର ତାଙ୍କର ପରିବାରଙ୍କୁ ସହଯୋଗର ହାତ ବଢାଇବା ପାଇଁ ନାଟ୍ୟକାର ରାଜ କୁମାର ସାହୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.