ପଦ୍ମପୁର ସହକାରୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିପଦପୂର୍ଣ୍ଣ ଟ୍ରାନ୍ସଫରମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଏବଂ ଗୃହ ନିର୍ମାଣ)ଙ୍କ କାର୍ୟ୍ୟାଳୟ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର କେତେ ଦୂର ସୁରକ୍ଷିତ ତାହା କାହାକୁ ଜଣାନାହିଁ । ଏହି କାର୍ୟ୍ୟାଳୟର ସମ୍‌ନାରେ ଅଛି ହୋମିଓ ପ୍ୟଥିକ କିନିକ୍ । ଏହି ରାସ୍ତାରେ ପ୍ରତି ଦିନ ହଜାର ହଜାର ଯାନ ବାହାନ ତଥା ଲୋକଙ୍କ ଯାତାୟାତ ହୋଇଥାଏ । ହେଲେ ପଦ୍ମପୁର ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଏଥିପ୍ରତି ନଜର ଆସୁନାହିଁ । କାରଣ ଏହି ଟ୍ରାନ୍ସଫରମର ଖୁଣ୍ଟ କିପରି ଥିବ ତାହା ସହଜରେ ଅନୁମେୟ । ଏହାର ତୁରନ୍ତ ମରାମତି ତଥା ଏହି ସମସ୍ୟା ଆଗକୁ ନ ଆସୁ ସେଥିପ୍ରତି ଧ୍ୟାନ ଦେବା ତଥା ଯତ୍ନବାନ ହେବାକୁ ସାଧାରଣରେ ଚର୍ଚ୍ଚା ବିଷୟ ହୋଇଛି । ପଦ୍ମପୁର ବିଦ୍ୟୁତ ବିଭାଗ ଏସଡିଓ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.