ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଶୋକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ୍‌ ନିୟମ-୧୯କୁ ପାଳନ କରି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ଗାନ୍ଧୀ ପାଠାଗାର ପରିସରରେ ପଶ୍ଚିମାଞ୍ଚଳର ସୁନାମଧନ୍ୟ ମାର୍ଗଦର୍ଶୀ, ସମାଜସେବୀ, ବରିଷ୍ଠ ସାମ୍ବାଦିକ ଓ ସଂଗଠକ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗ ପାଇଁ ଏକ ଶୋକସଭା ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ମୁଖ୍ୟ ପରାମର୍ଶଦାତା ବିକ୍ରମାନନ୍ଦ ବହିଦାରଙ୍କ ଅନୁରୋଧ କ୍ରମେ ସ୍ୱର୍ଗତ ନନ୍ଦଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଯାଇଥିଲା । ସଂଘର ସଂପାଦକ ବସନ୍ତ ଆ·ର୍ଯ୍ୟ ସ୍ୱର୍ଗତ ନନ୍ଦ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରାଯାଇ ପାରିବ ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ବନ୍ଧେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର କୁମାର ପାଣିଗ୍ରାହୀ, ସଂଘର ବରିଷ୍ଠ ସଭ୍ୟ ଶିବଶଙ୍କର ଖୁଆସ ଏବଂ ବୃନ୍ଦାବନ ବରାଳ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ୱର୍ଗତ ନନ୍ଦ ଆମ ଅଂଚଳର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ ସହ ଜଡିତ ରହି ସମସ୍ତ ବୟଜ୍ୟେଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଏବଂ ସମାଜ ପ୍ରତି କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରୁଥିଲେ ।

Leave A Reply

Your email address will not be published.