‘ଟିକି କାଇଁଚ’ ତରଫରୁ ସପ୍ତମ ଅଧ୍ୟାୟ ଅନ୍ ଲାଇନ୍ କୁନି ପିଲାଙ୍କ ଶିଶୁ ସାହିତ୍ୟ ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା ‘ଟିକି କାଇଁଚ’ ତରଫରୁ ସପ୍ତମ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ କୁନି କୁନି ପିଲାଙ୍କୁ ନେଇ ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ଚାରି ଜଣ କୁନି ଶିଶୁ ସାହିତ୍ୟିକ ଯୋଗ ଦେଇ ଶିଶୁ କବିତା ଓ ଗପ ପାଠ କରିଥିଲେ । ଚାରି ଜଣ କୁନି ଶିଶୁ ସାହିତ୍ୟିକଙ୍କୁ ଶିଶୁ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ମୁଖ୍ୟ ସମ୍ପାଦକ ଓ ସମ୍ପାଦକ । ଏଥିରେ ବଲାଙ୍ଗିରରୁ ପ୍ରଦ୍ୟୋସ୍ମିତା ପରିଛା, ମୟୁରଭଞ୍ଜରୁ କୌଶିକ କୁମାର ହୋତା, ପୁରୀରୁ ଲରେନ୍ସ ମାଝୀ ଓ କଟକରୁ ଶେଖର କୁମାର ‌ସ୍ୱାଇଁ ସ୍ବରଚିତ କବିତା ଓ ଗଳ୍ପ ପାଠ କରିଥିଲେ । ଆଗକୁ ଟିକି କାଇଁଚର ଅନଲାଇନ୍ ସାହିତ୍ୟ କାର୍ୟ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା । ମୁଖ୍ୟ ସମ୍ପାଦକ ମୀନକେତନ ବାରଲେବଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.