jsm

କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଅବସରରେ ତହଁକ କୁଟୁମର ସାହିତ୍ୟ କାର୍ୟ୍ୟକ୍ରମ

csstore

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆସନ୍ତା କାଲି ୨୯ ତାରିଖ କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜନ୍ମଦିନ । ଏହି ଦିନକୁ ଆମ ପଶ୍ଚିମ ଓଡିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଂସ୍କୃତି ଦିବସ ଭାବେ ପାଳନ କରୁଛନ୍ତି । ଅନଲାଇନ ମାଧ୍ୟମରେ ତହଁକ କୁଟୁମ ତରଫରୁ ମଧ୍ୟ ତିନି ଦିନିଆ ସାହିତ୍ୟ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନର ପ୍ରଥମ ଅଧିବେଶନରେ “କବିତାର୍ ମହକନ୍ ” କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କବି ରୁକ୍ମଣ ବିଶ୍ବାଲଙ୍କ ସଂଯୋଜନାରେ କବି ବ୍ରଜମୋହନ ବିଶୋଇ, କବି ମହେନ୍ଦ୍ର ପଟେଲ, କବୟିତ୍ରୀ ଆଲ୍ଲାଦିନୀ ପାଣିଗ୍ରାହୀ ଦାସ, କବି ଅନିଲ ସାହୁ ଏବଂ କବି ଭରତ ମେହେର ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ।


ଦ୍ଵିତୀୟ ଅଧିବେଶନରେ “କୋଶଲି ଅସ୍ମିତାର୍ ଭିନ୍ ଭିନ୍ ଦିଗ୍” ଆଲୋଚନା ଚକ୍ର ହୋଇଥିଲା । ଗାଳ୍‌ଳ୍ପି କ୍ଷେତ୍ରବାସୀ ନାଏକଙ୍କ ସଂଯୋଜନାରେ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ସୁଜିତ କୁମାର ପୃଷେଠ୍, ଲୋହିତାକ୍ଷ ଯୋଷୀ, ଡକ୍ଟର ସଞ୍ଜୟ କୁମାର ମିଶ୍ର, ଗବେଷକ ମାନସ କୁମାର ଷଡଙ୍ଗୀ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ କୃପାସିନ୍ଧୁ ମହାକୁରଙ୍କ ସଂଯୋଜନାରେ “ଜୁଆନ କବିତାର ମହକନ” କବିତା ଆସର ଅନୁଷ୍ଠିତ ହୋଇଥିଲା ।

ଏଥିରେ କବି ଶ୍ରୀକାନ୍ତ ପଧାନ, କବି ପ୍ରଭାତ କୁମାର ଖମାରି, କବି ତ୍ରିଲୋଚନ ସାହୁ, କବି ବୈରାଗୀ ସାହୁ, କବି ହିଂମାଶୁ କୁମ୍ଭାର ପ୍ରମୁଖ ଯୋଗଦେଇ କବିତା ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନରେ ” ନାରୀ କବିତାର୍ ଝରନ୍” ନାରୀକବି ମାନଙ୍କୁ ନେଇ ମାନସୀ ସାହୁଙ୍କ ସଂଯୋଜନାରେ କବୟିତ୍ରୀ ମାନିନି ମେହେର, କବୟିତ୍ରୀ ସସ୍ମିତା ମେହେର, କବୟିତ୍ରୀ ସବିତା ମହରା, କବୟିତ୍ରୀ ଲିଲି ପଟେଲ, କବୟିତ୍ରୀ ବର୍ଷାରାଣୀ ବିଶ୍ବାଲ ଯୋଗଦେଇ କବିତା ପଠନ କରିଥିଲେ। ସମସ୍ତ କାର୍ୟ୍ୟକ୍ରମକୁ ତହଁକ ସଂପାଦକ ରାଜେଶ ଦଣ୍ଡସେନା ଏବଂ ମୂଖ୍ୟ ସଂପାଦକ ଅର୍ଜୁନ ସାହୁ ପରିଚାଳନା କରିଥିଲେ।
ଆସନ୍ତା କାଲି ଆଲୋଚନା ଚକ୍ର, ବ୍ୟଂଗ କବିତା ଆସର ଏବଂ ଭକ୍ତି କବିତା ଆସର ଅନୁଷ୍ଠିତ ହେବାର ସ୍ଥିରୀକୃତ କରାଯାଇଛି ।

yuvodaya
Leave A Reply

Your email address will not be published.