om academy

କୃଷକ ମହାସଂଘ ପକ୍ଷରୁ ରେଳରୋକ ଆନ୍ଦୋଳନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବର୍ଷର କୃଷିି ବୀମା ରାଶି ପ୍ରଦାନ ଦାବୀରେ ମାସେ ହେଲା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜାଗାରେ କୃଷକ ଆନ୍ଦୋଳନ ଜାରି ରହିଛି । ବାରମ୍ବାର ରାସ୍ତା ରୋକ ବିକ୍ଷେଭ ପ୍ରଦର୍ଶନ ପରେ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ସୋମବାର ବଲାଙ୍ଗିର, ଟିଟିଲାଗଡ ଓ ହରିଶଙ୍କର ରୋଡ ରେଳ ଷ୍ଟେସନରେ କୃଷକ ମହାସଂଘ ରେଳରୋକ କରିଛି । ଦାବୀ ପୂରଣ ହୋଇ ନଥିବାରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳରୋକ କରାଯିବ ବୋଲି ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.