jayashree

ଟିଟିଲାଗଡରେ ଏଲ୍‌ଡ଼ିଏ ପକ୍ଷରୁ ଆସନ୍ତା ୯ ତାରିଖରେ ବିରାଟ ଆନ୍ଦୋଳନ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୯ ତାରିଖରେ ଏଲ୍‌ଡିଏ ତରଫରୁ ଦଶ ହଜାର ଲୋକଙ୍କୁ ନେଇ ସରକାରଙ୍କ ବିରୁଦ୍ଧରେ ଏକ ବିରାଟ ରାଲିର ଡାକରା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏଲ୍‌ଡିଏର ମୁଖ୍ୟ ଲବ ସୁନା, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଗୋବିନ୍ଦ ତାଣ୍ଡି, ରାମାନନ୍ଦ ସାଗର, ରମେଶ ତାଣ୍ଡି, ଯୋଗେଶ୍ୱର ଟାକରି, ଯୁଗଳ ଜାଲ, ଚୁଡ଼ା ଚନ୍ଦ୍ର କୁମ୍ଭାର, ପ୍ରଦ୍ୟୁମ୍ନ ବିଭାର, ଜିତୁ ହରପାଲ, ଶିବ ତାଣ୍ଡି, ଜଳନ୍ଧର ମହାନନ୍ଦ, ଈଶ୍ୱର ଛତ୍ରିଆ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ସମାଜର ଅନ୍ୟ ସଦସ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୁଚନା ଦେଇଛନ୍ତି ।

Leave A Reply

Your email address will not be published.