oom

ବାଘଝରନ ଗ୍ରାମରେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘଝରଣ ଆଜି ଜାନୁୟାରୀ ୨୬ ର ସ୍ୱାଧୀନତା ଦିବସ ଅବସରରେ ବାଘଝରଣର ଆମ୍ବେଦକର ଯୁବକ ସଙ୍ଘ ଓ ଲକ୍ଷେ ଘର ଗଣ୍ଡା ସମାଜର ଅନୁକୁଲ୍ୟରେ ଆମ୍ବେଦକର ମୂର୍ତ୍ତି ସ୍ଥାପନ କରାଗଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତରଣୀ ସୁନା ଖପ୍ରାଖୋଲ ବିଡ଼ିଓ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ କର୍ଣ୍ଣ ସୁନା, ଏନଏସି ଖରିଆର ରୋଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଜିତେନ୍ଦ୍ର ସୁନା, ଅଧ୍ୟାପକ ରାଜନୀତି ବିଜ୍ଞାନ କଣ୍ଟାବାଞ୍ଜି ଓମପ୍ରକାଶ କୁମ୍ଭାର, ଜିଲ୍ଲା ସଭାପତି ଛିନୁ ଟାକ୍ରୀ, ବ୍ଲକ ସଭାପତି ମୋହନ ସୁନା, ସମ୍ପାଦକ ତପିନ୍ଦ୍ର ସୁନା, କୋଷାଧକ୍ଷ ଧଣ୍ଡାମୁଣ୍ଡା ସରପଞ୍ଚ ଶ୍ରୀମତୀ ଲଷ୍ମୀ କୁମ୍ଭାର ଓ ଖପ୍ରାଖୋଲ ବ୍ଲକର ସବୁ ଗାଁ ଓ ପଞ୍ଚାୟତ ସଭାପତି ସଙ୍ଗେ ଲୋକମାନେ ମଧ୍ୟ ଆସିଥିଲେ ସେପରି ନୂଆପଡା ବରଗଡରୁ ଆସି ଯୋଗଦାନ କରିଥିଲେ । ସମସ୍ତେ ଆମ୍ବେଦକରର ବିଚାର ଧାରାକୁ ବହୁ ସମୟ ଧରି ନୀରବତାର ସହ ଶାନ୍ତି ଶୃଙ୍ଖଲା ରକ୍ଷା କରିଥିଲେ । ଏହି ସଭାରେ ସମସ୍ତଙ୍କୁ ମାସ୍କ ଓ ସେନିଟେଜର କରୋନା କଟକଣା ନେଇ ସାମାଜିକ ଦୂରତା ରଖି ଏଥିରେ କଳିଙ୍ଗ ମିତ୍ରଟ୍ରଷ୍ଟ ତରଫରୁ ବୁଢା ବୁଢୀ ମାନଙ୍କୁ କମଳ ବଣ୍ଟା ଯାଇଥିଲା । ଶେଷରେ ଆମ୍ବେଦକର ଯୁବକ ସଙ୍ଘର ସମସ୍ତ କର୍ମ କର୍ତ୍ତା‌ଙ୍କୁ ଗଣ ଧନ୍ୟବାଦ ଜଣାଇ ସଭା କାର୍ଯ୍ୟକୁ ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.