csstore

ନଭେମ୍ବର ୩୦ରେ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଏବଂ ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲ ତରଫରୁ ହୃଦ୍ ଓ ଅର୍ଥ ବିଶେଷଜ୍ଞଙ୍କ ସହ ଆଲୋଚନାଚକ୍ର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗାମୀ ନଭେମ୍ବର ୩୦ରେ ଡି.ଏନ୍‌. ରିଶୋର୍ଟ ଠାରେ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଏବଂ ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲ ରାୟପୁର ମିଳିତ ଭାବେ ଏକ ବିଶାଳ ହୃଦ୍ ଓ ଅର୍ଥୋପେଡ଼ି ରୋଗ ସଚେତନତା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲ ରାୟପୁରର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡକ୍ଟର ସୁମନ୍ତ ଶେଖର ପାଢ଼ୀ ମୁଖ୍ୟ ବକ୍ତା ଏବଂ ଅର୍ଥୋପେଡିକ୍ ଡାକ୍ତର ପଙ୍କଜ କୁମାର ପଟେଲ ବକ୍ତା ଭାବେ ଯୋଗଦେବାର ସ୍ଥିରୀକୃତ ହୋଇଛି । ଏହି ଶିବିରର ସଭାପତି ଅମିତ ଶର୍ମା ଏବଂ ସମ୍ପାଦକ ଉମେଶ କନୋଡ଼ିଆଙ୍କ ନେତୃତ୍ୱରେ ଆୟୋଜନ ହେବାକୁ ଥିବା ବେଳେ ପ୍ରକଳ୍ପ ସଂଯୋଜକ ଅଙ୍କୁର ଅଗ୍ରୱାଲ ସୂଚନା ଏ ବିଷୟରେ ଦେଇଛନ୍ତି । ଏହି ସ୍ୱାସ୍ଥ୍ୟ ଆଲୋଚନା କାର୍ଯ୍ୟକ୍ରମରେ ଉଭୟ ଡାକ୍ତର ହୃଦୟ ଏବଂ ଅର୍ଥୋପେଡିକ୍‌ ରୋଗ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବେ, ଏହା ସହିତ ସମସ୍ତଙ୍କୁ ହୃଦ ରୋଗର କାରଣ ଏବଂ ଲକ୍ଷଣ ବିଷୟରେ ଅବଗତ କରାଇବେ ତା ସହିତ ଏହାର ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ସୂଚନା ମଧ୍ୟ ପ୍ରଦାନ କରିବେ । ବିଗତ ଦିନରେ ମାରୱାଡ଼ି ଯୁବା ମଞ୍ଚ ଦ୍ୱାରା ଆୟୋଜିତ ମାଗଣା କର୍କଟ ରୋଗ ଚିହ୍ନଟ ଶିବିର, କୂତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର, ତଥା ସ୍ୱାସ୍ଥ୍ୟ ଶିବିର ସମୟରେ ଯେପରି ଅଭାବୀ ବ୍ୟକ୍ତିମାନେ ଏହି ଶିବିରର ସମ୍ପୂର୍ଣ୍ଣ ଲାଭ ଗ୍ରହଣ କରିଥିଲେ । ସେହିଭଳି ଏହି ସ୍ୱାସ୍ଥ୍ୟ ଆଲୋଚନାରେ ସାମାଜିକ କର୍ମୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ରୋଗ ତଥା ନିରାକରଣ ବିଷୟରେ ଜାଣିପାରିବେ । ଏହାର ଫାଇଦା ନେବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି । ସ୍ୱାସ୍ଥ୍ୟ ପରିଚର୍ଚ୍ଚାକୁ ସଫଳ କରିବା ପାଇଁ ଶାଖାର କର୍ମକର୍ତ୍ତା ବିବେକ ବିରମିୱାଲ, ବିଶେଷ ଶର୍ମା, ପ୍ରୀତମ ଜୈନ, ଗଜାନନ୍ଦ ଜୈନ, ଆରୁଷ ଶର୍ମା, ଶ୍ରୀରାମ ଅଗ୍ରୱାଲ, ପଙ୍କଜ ବିରମିୱାଲ, ସୌରଭ ଅଗ୍ରୱାଲ, ଦୀପେଶ ଜୈନ, ମୋହିତ ଖେତାନ୍, ସାହିଲ ଗୋୟଲ, ମହେଶ ଅଗ୍ରୱାଲ, ଅରୁଣ ଗୁପ୍ତା, ଗୋପାଳ କୃଷ୍ଣ ଜୈନ, ଇଶ୍ୱର ଅଗ୍ରୱାଲ, ଲକ୍ଷ୍ୟ ଜୈନ, ଶ୍ରେୟଶ ଜୈନ, ନେମିଚନ୍ଦ ଶର୍ମାଙ୍କ ସମେତ ସମସ୍ତ ସଦସ୍ୟ ଚେଷ୍ଟା କରୁଛନ୍ତି ।

jayashree
Leave A Reply

Your email address will not be published.