csstore

ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ସ୍ଥାନୀୟ ଯାଦବ ଭବନଠାରେ ଆଜି ‘ଆମେ ଭକୁଆ ଆଉଁ କି ଆମ୍‌କୁ ଭକୁଆ ବନାଲେ ?’ ଆଲୋଚନାଚକ୍ର ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଆଲୋଚକ ଭାବେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, କୋଶଲୀ ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର, କୋଶଲୀ ଭାଷା ସାହିତ୍ୟ ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, କବି ଅଖିଳେଶ୍ୱର ଖମାରୀ ପ୍ରମୁଖ ଯୋଗଦାନ କରି ସ୍ୱକୀୟ ମତ ରଖିଥିଲେ । ଏ ଅଞ୍ଚଳକୁ ବାଧ୍ୟ ବାଧକତାରେ ରାଜାମାନଙ୍କୁ ଡରାଇ ଓଡିଶା ସହିତ ସାମିଲ କରାଯାଇଥିଲେ ମଧ୍ୟ କୋଶଲ ଏବଂ କୋଶଲୀ ଭାଷା ନିଜ ସ୍ୱତନ୍ତ୍ରତା ବହନ କରିଛି ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା କହିଥିବା ବେଳେ କୋଶଲୀ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରାର ବିଶେଷ ସ୍ୱତନ୍ତ୍ରତା ସମ୍ପର୍କରେ ଅନ୍ୟ ଆଲୋଚକମାନେ ମତ ରଖିଥିଲେ । ଏହି ଆଲୋଚନା ଚକ୍ରରେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ବିଭୁକଲ୍ୟାଣ ଗଡତ୍ୟା, ଗବେଷିକା ସୀମାରାଣୀ ରଥ, କବି ଶୁଶାନ୍ତ ବାଗ, ନେପାଳ ଚନ୍ଦ୍ର ବାଗ, ପ୍ରଭାସିନୀ ଭୋଇ ପ୍ରଶାନ୍ତ ମହାକୁର, ସବିତା ମହରା ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ । ସଭାକୁ କୋଶଲ ସାହିତ୍ୟ ଏକାଡେମୀ ସଭାପତି ଦେବେନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ କବି ଗୋପୀନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.