
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ଓ ଆଇଡିଏମ୍ ସ୍କୁଲର ସହଯୋଗରେ ପରବେଶ ସଂପର୍କିତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ବର୍ଷାଋତୁ ଅନୁଷ୍ଠିତ ହୋଇଥିଲା । ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଅର୍ଘ୍ୟ ଅମ୍ଲାନ ମିଶ୍ର । ଏହି ସଭାରେ ସଭାପତିତ୍ୱ କରିଥିଲେ ଡ. ଭବାନୀ ଶଙ୍କର ପଟେଲ । ଦୀପ ପ୍ରଜ୍ୱଳନ ମନ୍ତ୍ରୀ ରଶ୍ମି ପାତ୍ର ଓ ଅର୍ଯ୍ୟ ଅର୍ପଣ ମିଶ୍ର । ପରେ ଜଗନ୍ନାଥ ଜଣାଣ ଗାୟନ କରିଥିଲେ ରାମ ଶଙ୍କର ଶତପଥୀ । ପରିଷଦର ବିବରଣୀ ପ୍ରଦାନ କରିଥିଲେ ଡ. ଭବାନୀ ଶଙ୍କର ପଟେଲ । ବକ୍ତା ଭାବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠ ବିସ୍ତୃତ ଭାବରେ ପରିବେଶ ସୁରକ୍ଷାର ବିଭିନ୍ନ ବିଷୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବବିତା ଦିକ୍ଷୀତ ନିଜ ଅନୁଭୂତିକୁ ନେଇ ପରିବେଶ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରି କୋଚିସ ଉପରେ ମତ ରଖିଥିଲେ । ସଭାପତିଙ୍କ ଅଭିଭାଷଣରେ ଗଛ ହିଁ ଜୀବନ ଏହି ପରିବେଶକୁ ରାମ କୃଷ୍ଣଙ୍କର ସମୟରୁ ଗୁରୁତ୍ୱ ଦିଆଯାଇଛି । କବିତା ବର୍ଷା ଋତୁ ଉପରେ ସଂଯୋଜକ ରଶ୍ମି ପାତ୍ର ଓ ନିଳିନୀ ପ୍ରଭା ଶତପଥିଙ୍କ ସଂକ୍ଷିପ୍ତ କଥନ ଉପରେ ଅନେକ କବି ନିଜ କବିତା ପାଠ କରିଥିଲେ । ସମର୍ପିତା କର, ମାନସୀ ମିଶ୍ର, ସଂଗୀତା ମହାପାତ୍ର, ଶ୍ରଦ୍ଧାଞ୍ଜଳି ବରିହା, ବର୍ଷରାଣୀ ସାହୁ, ଶ୍ରୀୟା ପରିମିତା ପୋଥର, ଗୋଧିବ ଶର୍ମା, ପ୍ରତ୍ୟୁଷ ବ୍ରହ୍ମା, ରଶ୍ମି ପାତ୍ର, ଡ. ଭବାନୀ ଶଙ୍କର ପଟେଲ, ବଳିଷ୍ଠ ପଧାନ, ରାମ ଶଙ୍କର ଶତପଥୀ, ନିଳିନୀ ପ୍ରଭା ଶତପଥି । ପରିଷଦ ତରଫରୁ ଛାତ୍ରଛାତ୍ରୀଙ୍କୁ ଏବଂ କଲେଜର ଅଧ୍ୟାପିକାମାନଙ୍କୁ ମାନପତ୍ର ପ୍ରଦାନ କରିଯାଇଥିଲେ । ବଳିଷ୍ଠ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।