oom

ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସୂଚନା ଅନୁସାରେ ଯୁଆଡେ ଦେଖିବେ କୁଢ କୁଢ ଅଳିଆ । ଚିକିତ୍ସାଳୟରୁ ବାହାରୁଥିବା ଆବର୍ଜନା ସବୁକୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ନଷ୍ଟ କରିବା କଥା କାରଣ ତାହା ବିଭିନ୍ନ ରୋଗୀ ମାନଙ୍କ ସଂସ୍ପର୍ଶରେ ଆସିଥାଏ ଏଣୁ ସାଧାରଣ ଲୋକଙ୍କ ପାଇଁ ବିପଦ ପୂର୍ଣ୍ଣ ହୋଇ ପାରେ କିନ୍ତୁ ଏଠାରେ ଚିକତ୍ସାଳୟ ପାଚେରୀ ବାହାରକୁ ସବୁ ଫୋପାଡି ଦେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଏପରିକି ୨୪ ଘଣ୍ଟିଆ ନିତିଦିନ ହଜାର ହଜାର ଲିଟର ଦୂଷିତ ପାଣି ଚିକତ୍ସାଳୟ ନର୍ଦ୍ଦମାରୁ ବାହାରି ଚାଷଜମି ଓ ଗ୍ରାମର ମୁଖ୍ୟ ପୋଖରୀରେ ଯାଇ ମିଶୁଛି । ଯାହା ଉପରେ ୩ ହଜାର ଲୋକ ନିର୍ଭର କରନ୍ତି । ଗାଧେଇବା ଠୁ ନେଇ ବିଭିନ୍ନ ପୂଜା ପାଠରେ ମଧ୍ୟ ବ୍ୟବହାର କରିଥାନ୍ତି ଏପରିକି ଚିକତ୍ସାଳୟ ପାଚେରୀ ଲାଗିକି ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ରହିଛି ଯାହା ଗ୍ରାମର ଲୋକେ କେବଳ ପିଇବା ପାଇଁ ବ୍ୟବହାର କରିଥାନ୍ତି । ଯାହା ଏପରି ନିତିଦିନ ଦୂଷିତ ପାଣି ସଂସ୍ପର୍ଶରେ ଆସି ବିଷାକ୍ତ ହେବା ସୁନିଶ୍ଚିତ ଅଟେ । ଏଣୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ଯାହାକୁ ନେଇ ଆଜି ଗ୍ରାମର କିଛି ବୁଦ୍ଧିଜୀବୀ ଚିକିତ୍ସାଳୟ ପରିସରକୁ ଆସି ଏଡିଏମ୍‌ଓ ବିଭୁତି ଭୂଷଣ ମେହେରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଆଜି ଛୁଟି ଦିବସ ଥିବା ଯୋଗୁଁ ଦେଖା କରି ପାରିବେ ନାହିଁ ବୋଲି ଡାକ୍ତର ମେହେର କହିଥିଲେ ।

jittmm
Leave A Reply

Your email address will not be published.