pakka

ଘରେ ପଶି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

bbehera

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗାଁରେ ଜଣଙ୍କ ଘରେ ପଶି ଆକ୍ରମଣ । ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଗଗନ ଲେଙ୍କାଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ସ୍ଥାନୀୟ ବାଇପୁର ଗ୍ରାମର ଆଲୋକ ପ୍ରଧାନ ବୋଲି ଜଣାପଡିଛି । ପଡୋଶୀଙ୍କ କହିବା ଅନୁଯାୟୀ, ଗଗନଙ୍କ ଝିଅ ସହିତ ଆଲୋକଙ୍କର ପ୍ରେମ ସମ୍ପର୍କ ରହିଥିଲା । ତେବେ ଦୁଇ ବର୍ଷ ତଳେ ନାବାଳିକା ପ୍ରେମିକାକୁ ନେଇ ଆଲୋକ ଫେରାର ହୋଇଯାଇଥିଲା । ଝିଅକୁ ଉଦ୍ଧାର କରି ଗଗନ ଚଳିତ ବର୍ଷ ଅନ୍ୟତ୍ର ବିବାହ ଦେଇଥିଲେ । ସେହି ରାଗରେ ଆଲୋକ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ ପଶି ମାରଣାନ୍ତକ ଆକ୍ରମଣ କରିଥିଲା । ଗ୍ରାମବାସୀ ଆଲୋକକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଗଗନ ଏବଂ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

jay balangir
Leave A Reply

Your email address will not be published.

thirteen − 9 =