pakka

ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବୁଜୁରି ଗାଁର ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ରେମାନନ୍ଦ ନାଗ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗାଁର ଆଶିଷ ଠାକୁର, ଆକାଶ ଠାକୁର, ଈଶ୍ୱର ଠାକୁର, ବିଶ୍ଵ ଠାକୁର ଓ ଲକ୍ଷ୍ମୀ ଠାକୁର ମିଶି ତାଙ୍କୁ ଆକ୍ରମଣ କରିଥିଲେ । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମାନନ୍ଦ ନାଗ ନିଶା ଶକ୍ତ ଅବସ୍ଥାରେ ରହିଥିବା କୁହାଯାଉଛି । ଆକ୍ରମଣର ଶିକାର ହୋଇଥିବା ପ୍ରେମାନନ୍ଦଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

jay balangir
Leave A Reply

Your email address will not be published.

15 + 10 =

error: Content is protected !!