pakka

ଆକ୍ରମଣର ଶିକାର ହୋଇ ବାପ ଓ ପୁଅ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବାପ ଓ ପୁଅ ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ବେଲପଡା ଥାନା ସୁଆବାହାଲ ଗାଁରେ । ସୂଚନା ଅନୁସାରେ ଗତକାଲି ଅଧ ରାତିରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଆବାହାଲ ଗାଁର ଶତୃଘ୍ନ ମହାନନ୍ଦ ବୟସ(୫୦) ଓ ତାଙ୍କ ପୁଅ ଭୋଳାଶଙ୍କର ମହାନନ୍ଦ ବୟସ(୨୫)ଙ୍କୁ କୌଣସି କାରଣରୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସେହି ଗାଁର ମୋହନ ତାଣ୍ଡି, ଗୋକୂଳ ତାଣ୍ଡି, କ୍ଷୀର ସିନ୍ଧୁ ତାଣ୍ଡି ଓ ଅନ୍ୟ ମହିଳା ମାନେ ସଂଘବଦ୍ଧ ଭାବେ ଏହି ବାପ ପୁଅଙ୍କୁ ଲୁହା ରଡ଼ ଓ ଠେଙ୍ଗାରେ ଆଖିବୁଜା ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣରେ ଶତୃଘ୍ନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏପଟେ ତାଙ୍କ ପୁଅ ଭୋଳାଶଙ୍କର ମଧ୍ୟ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି । ଏ ପର୍ୟ୍ୟନ୍ତ ଆକ୍ରମଣକାରୀମାନେ ଗିରଫ ହୋଇ ନଥିବା କୁହାଯାଇଛି । ଆକ୍ରମଣରେ ଗୁରୁତର ବାପା ପୁଅ ଦୁହେଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡ଼ରେ ଭର୍ତ୍ତି ହୋଇଛନ୍ତି ।

jay balangir
Leave A Reply

Your email address will not be published.

five × 5 =