csstore

ଆଇନଜୀବୀ ଜଗନ୍ନାଥଙ୍କ ଅକାଳ ବିୟୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ ନ୍ତଳା ବ୍ଳକ ଧରପଗଡ଼ ଗ୍ରାମର ଯୁବ ଆଇନଜୀବୀ ଜଗନ୍ନାଥ ମହାନନ୍ଦ(୩୫) କଟକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଗତି କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସଇଁନ୍ତଲା ଓକିଲ ସଂଘ ସଭାପତି ହୀଯକ୍ଷ ତାଣ୍ଡି, ବରିଷ୍ଠ ଆଇନଜୀବୀ ତଥା ଦଳିତ ନେତା ଜପେଶ୍ୱର ଯାନୀ, ଓକିଲ ସଂଘର ସମ୍ପାଦକ ସତ୍ୟ ନାରାୟଣ ସାହୁ, ଟିଟିଲାଗଡ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

jayashree
Leave A Reply

Your email address will not be published.