pakka

ଅଇଁଲାଭଟା ଗ୍ରାମରେ ଧୁଆଯାତ୍ରା ପାଳିତ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ତାଲପାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ଅଇଁଲାଭଟା ଗ୍ରାମରେ ଧୂଆଯାତ୍ରା ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗାଁର ଗୌନ୍ତିଆ ବିଷ୍ଣୁ ପ୍ରସାଦ ସାହୁ ଏବଂ ଗାଁର ଝାଙ୍କର ରଘୁବୀର ବରିହା ଦୁହେଁ ମିଶି ଗ୍ରାମ୍ୟ ଦେବା ଦେବୀଙ୍କୁ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରାୟ ୪୦୦ ପ୍ରକାରର ବୃକ୍ଷ ଚାରା ରୋପଣ କରିଥିଲେ । ଏହି କ୍ରମରେ ଦୁଲ୍‌ଦୁଲି ବଜାର ତାଳେ ତାଳେ ନୃତ୍ୟଗୀତ ସହ ଗାଁ ଲୋକେ ଗାଁ ପରିକ୍ରମା କରିଥିଲେ । ସମସ୍ତ ପ୍ରକାର ସହଯୋଗ କରିଥିଲେ ଗ୍ରାମର ଭଦ୍ରବ୍ୟକ୍ତି ନାରାୟଣ ରାଉତ ଓ ବିଶିକେଶନ ଛେଚୁଆ । ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।

pp
Leave A Reply

Your email address will not be published.

5 × three =