pakka

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଦିବାସୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ଥାନା ବେଳକେରା ଗ୍ରାମର ରାଜିବ ରଞ୍ଜନ ବରିହା ନିଜ ଘରକୁ ଯିବା ସମୟରେ ସଂପୃକ୍ତ ଅଭିଯୁକ୍ତମାନେ ରାଜିବଙ୍କୁ ଅଟକାଇ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ରାଜିବ ଘଟଣାସ୍ଥଳରେ ଚେତା ଶୂନ୍ୟ ହୋଇ ପଡିଥିଲେ । ଏହି ଘଟଣା ଆଧାରରେ ଖପ୍ରାଖୋଲ ଥାନା କେସ୍‌ ନଂ. ୧୪୯/୨୧ ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ଆଇପିସି ଏବଂ ଆଦିବାସୀ, ହରୀଜନ ନିର୍ଯ୍ୟାତନା ନିବାରଣ ଆଇନର ଦଫାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପୁଲିସ ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ତେବେ ଏହି ଘଟଣାରେ ଆଜି ଖପ୍ରାଖୋଲ ପୁଲିସ ବେଳକେରା ଗ୍ରାମର ତ୍ରିନାଥ ପୁଟେଲ(୪୦), ଦେବରାଜ ପୁଟେଲ(୪୯) ଓ ଶିବୁରାମ ପୁଟେଲ(୨୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟଣାଗଡ ଏସ୍‌ଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

5 + 4 =