pakka

ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଅବହେଳାକୁ ଏଆଇଡିଏସ୍‌ଓର ତୀବ୍ର ନନ୍ଦା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୨୦୧୫ ମସିହାର ବହୁ ଚର୍ଚ୍ଚିତ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ବର୍ବରୋଚିତ ହତ୍ୟା ମାମଲାର ଚାର୍ଜସିଟ କ୍ରାଇମବ୍ରାଞ୍ଚ ଆଜି ପର୍ଯ୍ୟନ୍ତ ଦାଖଲ କରି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଦୁଃଖଜନକ ଘଟଣା । ଏଆଡିଏସ୍‌ଓ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ମସିହାରେ ସିବିଆଇ ତଦନ୍ତ ସୁପାରିଶ ହୋଇଥିଲେ ମଧ୍ୟ ସିବିଆଇ ନିଜେ ତଦନ୍ତ କରିବା ପାଇଁ ମନା କରିଦେବା ଘଟଣାକୁ ଦୁର୍ବଳ କରିବା ଇଙ୍ଗିତ କରୁଛି । କଥା କଥାରେ ମା’କୁ ସମ୍ମାନ କହୁଥିବା ରାଜ୍ୟ ବିଜେଡି ସରକାରର ଅସଲମୁଖା ସ୍ନେହଲତା ଛତ୍ରିଆ ଘଟଣା ପୁର୍ନବାର ଖୋଲିଦେଇଛି । ସୂଚନା ଥାଉକି ୨୦୧୫ ମସିହା ମେ’ ୨୨ ତାରିଖରେ ସ୍ନେହଲତା ଛତ୍ରିଆଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀରେ ବଲାଙ୍ଗିର ସହରରେ ବିଭିନ୍ନ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ମିଳିତ ଭାବରେ ଆନ୍ଦୋଳନ କରିଥିଲେ । ଘଟଣାକୁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଚାର୍ଜସିଟ ଦାଖଲ କରିନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ସହ ଚାର୍ଜସିଟ ଦାଖଲ କରିବାରେ ଅବହେଳା କରିଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ରାଜ୍ୟ ସରକାର ଗ୍ରହଣ କରନ୍ତୁ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଏଆଡିଏସ୍‌ଓ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ସଂପାଦକ ମଧୁସୁଦନ ବାଗ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

11 − nine =