pakka

ବିନିକା ବ୍ଲକରେ ନରସିଂହଙ୍କ ଜୋରଦାର ନିର୍ବାଚନୀ ପ୍ରଚାର

bbehera
  • ଅଂଚଳର ବିକାଶ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଆପଣମାନେ ବିଜେପି, ବିଜେଡିକୁ ପରିଷଦ ଗଠନ ପାଇଁ ଆପଣଙ୍କ ବହୁ ମୂଲ୍ୟ ଭୋଟ ବିଗତ ବର୍ଷମାନଙ୍କରେ ଦେଇ ସାରିଛନ୍ତି । ମାତ୍ର ୫ ବର୍ଷ ପୂର୍ବରୁ ଏଇ ଅଂଚଳ ଅବସ୍ଥା ଯାହାଥିଲା ଆଜି ବି ସେଇ ଅବସ୍ଥା । ରାସ୍ତାଘାଟ ବିଜୁଳି, ପାଣିର ଅବସ୍ଥା ଅତି ଖରାପ । ଏଠି ଧାନ ଫସଲ ଦେଉଥିଲେ ମଧ୍ୟ କଟନୀ ଛଟନୀ ଫଳରେ ଅଂଚଳର ଚାଷୀ ଅବସ୍ଥା ସୁଧୁରି ପାରୁନାହିଁ । ତା’ ଛଡା ଅଂଚଳରେ ଶିକ୍ଷା ଓ ରୋଜଗାର ଅବସ୍ଥା ନ କହିବା ଭଲ । ତେଣୁ ଆମେ ଯଦି ଅଂଚଳର ବିକାଶ ଚାହୁଁ ତେବେ ବାରମ୍ବାର ଭୁଲ ନ କରି ଏଥର କଂଗ୍ରେସକୁ ଭୋଟ ଦେଇ ଜିଲ୍ଲା ପରିଷଦ ଗଠନ ପାଇଁ ସହଯୋଗ କରନ୍ତୁ ବୋଲି ଆଜି ସୋନପୁର ଜିଲ୍ଲା ବିନିକା ବ୍ଲକର ଜିଲ୍ଲା ପରିଷଦ ଜୋନ ନଂ ୧ର ପ୍ରାର୍ଥୀନୀ ମଞ୍ଜୁଲତା ମହାନନ୍ଦ ଓ ଜୋନ ୨ର ପ୍ରାର୍ଥୀ ପ୍ରଦୀପ ସେଠିଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଆଜି ବିନିକା ବ୍ଲକ ଅନ୍ତର୍ଗତ ଜୋନ ୧ର ବାଙ୍କାଘିରଡି, ସିଂହୀଝୁପା, ତରଦା ଜୋନ ୨ର ଶଙ୍କରା, କୁଇବାହାଲ, ଅମର୍ଦା, ମହଦା, କଉଡିଆମୁଣ୍ଡା ଓ ବାଞ୍ଜିପାଲି ଗ୍ରାମରେ କଂଗ୍ରେସ ଦଳ ତରଫରୁ ନିର୍ବାଚନୀ ସଭା ସବୁ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମିଶ୍ର ତଥା ଉଭୟ ପ୍ରାର୍ଥୀ ଭୋଟ ମାଗିବା ବେଳେ ଲୋକେ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ବାରମ୍ବାର ଭୋଟ ଦେଇ କିପରି ଠକେଇରେ ପଡୁଛନ୍ତି ସେ ଉପରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ । ଏଇ ଜିଲ୍ଲା ପରିଷଦ ନିର୍ବାଚନରେ ଲୋକେ ଅଂଚଳର ବିକାଶ ପାଇଁ କଂଗ୍ରେସ ଦଳକୁ ଭୋଟ ଦେଇ ଏଥର ଏକ ବଡ ରାଜନୈତିକ ପରିବର୍ତ୍ତନ ଆଣନ୍ତୁ ବୋଲି ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଗୌରୀ ଶ୍ୟାମ ପଣ୍ଡା, ମହୁଲ ସଭାନେତ୍ରୀ ସୂର୍ଯ୍ୟକାନ୍ତି ବାଗ, ସାଧାରଣ ଜିଲ୍ଲା ସଂପାଦକ ଚନ୍ଦ୍ରମଣି ତ୍ରିପାଠି, ଯୁବ ସଭାପତି ପ୍ରିୟବ୍ରତ ସାହୁ, ସୁଧୀର ପଣ୍ଡା, ସଂଗ୍ରାମ କେଶରୀ ନାୟକ, ବ୍ଲକ ସଭାପତି ରାବୁନ୍ଦ୍ର ହୋତା, ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nine − five =