pakka

ବଜ୍ରପାତରେ ସ୍ୱାମୀ ମୃତ : ସ୍ତ୍ରୀ ଆହତ

bbehera

ଠାକୁରମୁଣ୍ଡା : ବଜ୍ରପାତରେ ସ୍ୱାମୀ ମୃତ । ସ୍ତ୍ରୀ ଆହତ । ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାଇଧର ସାମାଡ଼ । ଖବର ଅନୁଯାୟୀ ସୋମବାର ସକାଳେ ପବନ ବର୍ଷା ସହିତ ବିଜୁଳି ମାରୁଥିଲା । ବର୍ଷା ହେବା ଦେଖି ବାଇଧରଙ୍କ ସ୍ତ୍ରୀ ବୁଧୁନି ଘର ବାହାର ତାରରେ ଶୁଖାଇଥିବା ଲୁଗାକୁ ଆଣିବାକୁ ଯାଇଥିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ପରେ ସ୍ତ୍ରୀ ତଳେ ପଡ଼ିଯିବା ଦେଖି ବାଇଧର ସ୍ତ୍ରୀଙ୍କୁ ଉଠାଇବାକୁ ଯାଇଥିବା ବେଳେ ପୁଣି ଆଉଥରେ ବଜ୍ରପାତ ହୋଇଥିଲା । ଫଳରେ ବାଇଧର ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ । ପରେ ପରିବାର ଲୋକେ ଘଟଣାସ୍ଥଳରୁ ସଂଜ୍ଞାହୀନ ଅବସ୍ଥାରେ ଥିବା ସ୍ତ୍ରୀ ଏବଂ ସ୍ୱାମୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ବାଇଧରଙ୍କୁ ମୃତ ଘୋଷଣା କରିଥିଲେ । ସ୍ତ୍ରୀ ବୁଧୁନି ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ମହୁଲଡ଼ିହା ଥାନା ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ବାଇଧରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେସ୍‌ ନମ୍ବର ୨୨/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

1 × 4 =