pakka

ବାଇକ ଦୁର୍ଘଟଣାରେ ଦୁଇ ମୃତ

bbehera

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦେପୁର ବୁଲାଣି ନିକଟରେ ଏକ ବାଇକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିା ଖବର ମିଳିଛି । ମୃତକମାନେ ହେଲେ ଜୁନାଗଡ ଥାନା ଦାସିଗାଁ ଭେଜିପଡାର କ୍ଷେତ୍ର ମାଝୀ ଓ ସୌମେନ୍ଦ୍ର ନାଗ । ସୂଚନା ଅନୁସାରେ ଶନିବାର ରାତିରେ କ୍ଷେତ୍ର ଓ ସୌମେନ୍ଦ୍ର ବନ୍ଧକନାରୁ କଲମପୁର-ଜୁନାଗଡ ରାସ୍ତାରେ ନିଜ ଗ୍ରାମ ଭେଜିପଡାକୁ ଫେରୁଥିଲେ । ଦେପୁର ବୁଲାଣି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ପରେ ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଚିକିତ୍ସାଳୟକୁ ପଠାଇଥିଲା ।

jay balangir
Leave A Reply

Your email address will not be published.

5 × four =