
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେଇନ୍ ରୋଡ଼ ମୁଖ୍ୟବଜାରରେ ଏକ ଭୟାଭୟ ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ଘଟଣାଟି ଏକ ପ୍ରସିଦ୍ଧ ରାଜସ୍ଥାନ ସ୍ୱିଟ୍-କମ୍ ବେକରୀ ଦୋକାନରେ ନିଆଁ ଲାଗି ଯାଇଥିଲା । ସର୍ଟ-ସର୍କିଟ ଲାଗି ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି । ଅଗ୍ନିକାଣ୍ଡ ଗୁରୁବାର ବିଳମ୍ବିତ ରାତ୍ର ୧୦.୩୦ ମିନଟ୍ ସମୟରେ ରାଜସ୍ଥାନ ମିଠା ଦୋକାନରେ ନିଆଁ ଲାଗିଥିବା ଖବର ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଫାୟାର ଷ୍ଟେସନ ଅଫିସର୍ ଧନଞ୍ଜୟ ମଲ୍ଲିକଙ୍କ ସହ ଛତ୍ରପୁର ଅଗ୍ନିଶମ ବାହିନୀ ସଦଳ ବଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡ ଗୁରୁବାର ବିଳମ୍ବିତ ରାତ୍ର ୧୦.୩୦ ମିନଟ୍ ସମୟରେ ଦୋକାନ ବନ୍ଦ ହେବା ପରେ ନିଆଁ ଲାଗିବାର ସ୍ଥାନୀୟ ଲୋକେ କେହି ଦେଖି ଛତ୍ରପୁର ଦମକଳ କେନ୍ଦ୍ରକୁ ଫୋନ୍ କଲ୍ କରି ଜଣାଇଥିଲେ । ଦମକଳ ଗାଡ଼ି ପହଞ୍ଚି ସୁରକ୍ଷିତ ଅବସ୍ଥାରେ ନିଆଁକୁ ଆୟତ୍ତ କରିଥିଲେ । ପାୱାର କଟ୍ ହେତୁ ସ୍ଥାନୀୟ ମଝି-ବଜାର ସାରା ଅନ୍ଧକାର ଭିତରେ ଅଗ୍ନିଶମ ବାହିନୀ ନିଆଁ ଲିଭା ଏବଂ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ଧୂଆଁ ନଳାଯନ୍ତ୍ର ଏବଂ ଆଧୁନିକକରଣ ଅଗ୍ନିନିର୍ବାପକ ଯନ୍ତ୍ର ବ୍ୟବହାର କରି ସାହସର ସହ ନିଆଁ ଲିଭାଇବାରେ ସହାୟକ ହୋଇଥିଲେ ।