ls

ନୀଳାଦ୍ରି ଗାଁରେ ଭୟାବହ ଅଗ୍ନିକାଣ୍ଡ, ୮ ବଖରା ଘର ଭସ୍ମୀଭୂତ

a12

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନୀଳାଦ୍ରି ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୂତ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି ।

ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଭଣ୍ଡାରପୋଖରୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେକୁ ଘରର ଆସବାବପତ୍ର, ଧାନ ଚାଉଳ, ଲୁଗାପଟା, ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ପୋଡି ହୋଇସାରିଥିଲା । ଦେବାର୍ଚ୍ଚନ ଜେନାଙ୍କ ପରିବାର ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

manabhanjan
Leave A Reply

Your email address will not be published.