om academy

ତୁରେକେଲା କାର୍ତ୍ତିକ ପୂର୍ଣ୍ଣିମା ମୀନାବଜାର ଦୋଳିରେ ଅଘଟଣ : ଅସାବଧାନତା ଯୋଗୁଁ ଜଣେ ମୃତ

jsm

କଂଟାବାଂଜି (ଗୁରୁଦୟାଲ ହଂସ) : ତୁରେକେଲା କାର୍ତ୍ତିକ ପୂର୍ଣ୍ଣିମା ମୀନାବଜାର ଦୋଳିରେ ଅଘଟଣ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ଖବର ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ତୁରେକେଲା ସଦର ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମୀନାବଜାର ପଡିଥିଲା । ଗତ ୩/୧୧/୨୦୨୨ରୁ ୭/୧୧/୨୦୨୨ ତାରିଖ ଯାଏଁ ପଡିଥିବା ଏହି ମୀନାବଜାରର ଦୋଳିରେ ସୋମବାର ରାତିରେ ରଏତି ଝୁଲାରେ ଝୁଲିସାରି ଓହ୍ଲାଇବା ବେଳେ ଖସି ପଡି ତୁରେକେଲା ଗ୍ରାମର ଦେବରାଜ ସାହୁ(୩୫)ଙ୍କ ମୃତ୍ୟୁ ହୋଇଛି । ଏହା ଉପରେ ପୋଲିସ ଅଧିକ ଅନୁସଂଧାନ କରିବା ସହ ରାତିରେ ହିଁ ମୃତକର ଶବ ଜବତ କରି ତୁରେକେଲା ଡାକ୍ତରଖାନାରେ ରଖିଥିଲା । ମଂଗଲବାର ସକାଳୁ ତୁରେକେଲା ପୋଲିସ କଂଟାବାଂଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶବ ବ୍ୟବଛେଦ କଲା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ତୁରେକେଲା ପୋଲିସ ଥାନା କେସ ନଂ. ୨୧୬/୨୦୨୨ ରୁଜୁ କରି ଅଧିକ ତଦନ୍ତ କରୁଥିବା ବିଷୟ ସବ୍‌ ଇନ୍ସପେକ୍ଟର ଚଲାନ ବାବୁଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.

10 + twelve =