ସମଗ୍ର ଆଗଲପୁର ଅଞ୍ଚଳରେ ପୁଅ ଜିଉଁତିଆ

ଆଗଲପୁର, (ଦେବାଶିଷ ପଧାନ) : ପୁଅ ମାନଙ୍କ ଦୀର୍ଘାୟୁ କାମନା କରି ମାଆ ମାନେ ଭକ୍ତିଭାବ ରଖି ପୁଅ ଜିଉଁତିଆ ପର୍ବ ପାଳନ କରିଥିଲେ । ଗତକାଲି ଖାଦ୍ୟ ଗ୍ରହଣ ନକରି ନିର୍ଜଳା ଉପବାସ ରହି ସମଗ୍ର ଆଗଲପୁର ରିନବଚନ, ସାଲେଭଟା, ଡୁଡୁକାରେ ପର୍ବ ପାଳନ ପାଇଁ ଥାଳିରେ ଅରୁଆ ଚାଉଳ ଦୁବ ବେଳପତ୍ର ନଡ଼ିଆ, ଆହୁରି ଅନେକ ପ୍ରକାରର ଫଳ, ମୂଳ ଓ ଫୁଲ ନେଇ ପୂଜା କରିଛନ୍ତି । ଶେଷରେ ମହାମାରୀ କୋରନା ଶୀଘ୍ର ଶେଷ ହୋଇଯାଉ ବୋଲି ଉଚ୍ଚସ୍ୱରରେ ହୁଳହୁଳି ପକାଇଥିଲେ । ଆଜି ସକାଳେ ଗାଧୋଇ ଆସି ପୁଅମାନଙ୍କୁ ଜିଉଁତିଆ ବନ୍ଧାଣ କରି ସାରିବା ପରେ ସେମାନେ ଖାଦ୍ୟ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.