ଆଦର୍ଶ ଶିକ୍ଷକ ଜୟକୃଷ୍ଣ ନାଏକଙ୍କ ପରଲୋକ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଗଇଁତଲା ଗ୍ରାମ ନିବାସୀ ଆଦର୍ଶ ଶିକ୍ଷକ ଜୟକୃଷ୍ଣ ନାଏକଙ୍କ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଉତ୍ତରା ନାଏକ, ଭାଇ ରଘୁରାଜ, ଚିତ୍ତ ରଂଜନ, ରଘୁମଣୀ, ଭାଇ ବୋହୁ, ଚାରି ଝିଅ ପୁତ୍ର ମଞ୍ଜୁଲତା, ସଞ୍ଜୁଲତା, ରଞ୍ଜୁଲତା, ପିଞ୍ଜୁଲତା, ଜ୍ୱାଇଁ, ନାତି ନାତୁଣୀ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପୁରାତନ ଛାତ୍ରଛାତ୍ରୀ ଓ ଆତ୍ମୀୟ ସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଛାତ୍ରବତ୍ସଳ ଶିକ୍ଷକ ଭାବରେ ଉକ୍ତ ଅଂଚଳରେ ତାଙ୍କର ବେଶ ସୁନାମ ଥିଲା । ପୁଇଁତଲା ବ୍ଲକ ଅର୍ନ୍ତଗତ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲରେ ସ୍ୱର୍ଗତ ନାଏକ ହିନ୍ଦୀ ଶିକ୍ଷକ ଭାବେ ୩୩ ବର୍ଷ କାଳ ଶିକ୍ଷାଦାନ କରିଥିଲେ । ଅନ୍ତିମ ସଂସ୍କାର ଗଇଁତଲା ସ୍ଥିତ ଲକ୍ଷ୍ମୀଯୋର ଶ୍ମଶାନ ଘାଟରେ ସାମାଜିକ ଦୂରତ୍ୱ ବଜାୟ ପୂର୍ବକ ସମାହିତ ହୋଇଥିଲା । ଭାଇ ରଘୁରାଜ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.