ପୁଣି ୪ ଦିନ ସଟ୍ ଡାଉନ୍ ହେବ ବଲାଙ୍ଗିର : ଜିଲ୍ଲାପାଳ କଲେ ଘୋଷଣା

ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ୪ ଦିନ ସଟ୍ଡାଉନ୍ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡକୁଆ ଘୋଷଣା କରିଛନ୍ତି । କୋଭିଡ଼-୧୯ ସଂକ୍ରମଣ ସ୍ଥିତିକୁ ନଜର୍ ରଖି ଏହି ଘୋଷଣା କରାଯାଇଥିବା ବେଳେ ଆସନ୍ତା ଶନିବାର ଦିନଠାରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ସାରା ବଲାଙ୍ଗିର ଜିଲ୍ଲା ସଟ୍ ଡାଉନ୍ ରହିବ । ତେବେ ଆଗାମୀ ୮ରୁ ୧୧ ତାରିଖ ଯାଏ ଜନସାଧାରଣଙ୍କ ଆନ୍ତଃଜିଲ୍ଲା ଗମନା ଗମନ, ପ୍ରାଇଭେଟ୍ ଟ୍ରାନ୍ପୋର୍ଟ, ସରକାରୀ ବେସରକାରୀ ସଂସ୍ଥା, ଦୋକାନ ବଜାର ତଥା ଖୋଲା ଚଳପ୍ରଚଳ ଉପରେ କଟକଣା ଲାଗୁ ହେବ । ଜରୁରୀ ସେବା ଯୋଗାଇ ଦେଉଥିବା ବିଭାଗ, ସ୍ୱାସ୍ଥ୍ୟସେବା କ୍ଷେତ୍ର, ଟେଲିକମ୍ ସେବା, ପେଟ୍ରୋଲ୍ ପମ୍ପ, ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକସ ଗଣମାଧ୍ୟମ, ସାମଗ୍ରୀ ଆବଣ୍ଟନ ପାଇଁ ବ୍ୟବହୃତ ଯାନବାହାନ, ଶିଳ୍ପ ସଂସ୍ଥା ତଥା ନିର୍ମାଣ କାର୍ଯ୍ୟକ୍ରମ, ପଶୁ ଚିକିତ୍ସା ତଥା କୃଷି ବିଭାଗୀୟ କ୍ଷେତ୍ର ପାଇଁ ସଟ୍ ଡାଉନ୍ କୋହଳ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.