ନଦୀରେ ବୁଡ଼ି ୩ ଶିଶୁ ମୃତ

ନବରଙ୍ଗପୁର, (କେପିଏନ୍ଏସ୍) : ନଦୀରେ ବୁଡ଼ି ୩ ଶିଶୁ ମୃତୁ୍ୟବରଣ କରିଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ତୋହରାର ତେଲ ନଦୀରେ ଦୁଇ ଜଣ ଶିଶୁ କନ୍ୟା ଓ ଜଣେ ଶିଶୁ ସନ୍ତାନ ବୁଡ଼ି ଯାଇଥିବା ଖବର ମିଳିଛି । ତିନି ଜଣ ଯାକ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ଦୀର୍ଘ ସମୟ ଧରି ଘରକୁ ଫେରି ନଥିବାରୁ ପରିବାର ଲୋକେ ଶିଶୁମାନଙ୍କୁ ଖୋଜିଥିଲେ ଏବଂ ପରେ ଉମରକୋଟ ଅଗ୍ନିଶମ ବିଭାଗକୁ ଖରବ ଦେଇଥିଲେ । ତେବେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନଦୀ ଭିତରୁ ତିନି ଶିଶୁଙ୍କ ମୃତ ଦେହ ଉଦ୍ଧାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.