csstore

ଟିଟିଲାଗଡ଼ କରଣ ସମାଜର ଚିତ୍ରଗୁପ୍ତ ପୂଜନୋତ୍ସବ ଓ ବାର୍ଷିକ ଅଧିବେଶନ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସତିଘାଟ ସ୍ଥିତ ଚିତ୍ରଗୁପ୍ତ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ଗୁରୁବାର ସକାଳ ଛଟା ସମୟରେ ଶ୍ରୀ ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ୧୧ ଟାରେ ସରିଥିଲା । ଶ୍ରୀ ଶ୍ରୀ ଚିତ୍ରଗୁପ୍ତଙ୍କ ଦର୍ଶନ କରିଥିଲେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ । ତା’ପରେ ସମାଜର ବାର୍ଷିକ ଅଧିବେଶନ ସଭାପତି ଦୟା ସାଗର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସମ୍ମାନିତ ଅତିଥି ସଞ୍ଜୀବ ଖମାରୀ, କରଣ ସମାଜର ସଭାପତି ଦୟା ସାଗର ପଟ୍ଟନାୟକ, ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି, ଉପ ସଭାପତି ସୁବାସ ଚନ୍ଦ୍ର ବହିଦାର, କୋଷାଧ୍ୟକ୍ଷ ସଙ୍କର୍ଷଣ ପଟ୍ଟନାୟକ, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଜୈନ ନିଜସ୍ଵ ପାଣ୍ଠିରୁ ଏଭଳି ଆୟୋଜନ ତଥା ସମାଜର ବିକାଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ସରିବା ପରେ ପିଲାଙ୍କ ମଧ୍ୟରେ ମଠିଆ ଭଙ୍ଗା ଓ ଝିଅ ମାନଙ୍କୁ ନେଇ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମାଜର ସୀତାରାମ ପଟ୍ଟନାୟକ, ଚକ୍ରପାଣି ପଟ୍ଟନାୟକ, ଗୌରୀ ଶଙ୍କର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ସୌମେନ୍ଦ୍ର ପଟ୍ଟନାୟକ, ନିରୋଜ ପଟ୍ଟନାୟକ, ଦେବୁ ପଟ୍ଟନାୟକ, ଶ୍ରୀମତୀ ଶେଫାଳୀ ପଟ୍ଟନାୟକ, ଆଇନ ପରାମର୍ଶଦାତା ମହେଶ ମହାନ୍ତି, ପ୍ରଦୀପ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.