ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ସଭାପତି ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରବଚକ ବଂଶୀଧର ଦାନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୁର୍ଗାଙ୍କ କୃପା ଦୃଷ୍ଟି ସହିତ ବୈଷ୍ଣୋଦେବୀଙ୍କ ମହିମା ଓ ଯୋଗକ୍ଷେମ ବହାମ୍ୟହମ୍‌ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଡ. ଭବାନୀ ଶଙ୍କର ପଟେଲ ଶାରଦୀୟ ସନ୍ଧ୍ୟାର ସାବଲୀନ ବର୍ଣ୍ଣନା କବିତା ମାଧ୍ୟମରେ ପ୍ରକଟ କରିଥିଲେ । ସଂପାଦକ ରାଜକିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପଠନ ସହିତ ପାର୍ବଣେ ନବଦୁର୍ଗାକୁ ଆଧାର କରି ଚତୁର୍ଥ ଦିବସର ଆରାଧ୍ୟା ଦେବୀ କୁଷ୍ମାଣ୍ଡା ଉପରେ ସ୍ୱରଚିତ କବିତା ଆବୃତି କରି ଭାବାବେଗ ପରିବେଶ ସୃଷ୍ଟି କରିଥିଲେ । ସଭାରେ ବ୍ରଜକିଶୋର ପଣ୍ଡା, ବନମାଳୀ ନନ୍ଦ, ବଳିଷ୍ଠ ପ୍ରଧାନ, ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ସଭ୍ୟ ପର୍ଶୁରାମ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.